କଟକରେ ହେବ ଦୁର୍ଗାପୂଜା, ବିନା ଶ୍ରଦ୍ଧାଳୁରେ ପୂଜା ପାଇବେ ମା’

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା ବୋଲି କୁହାଯାଇଥିଲା। ହେଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ।

ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ବିଷାଦର ଛାଇ ଖେଳି ଯାଇଥିଲା। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା।  ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ଆବେଦନ କରାଯାଇଥିଲା।

ତେବେ ଆଜି କଟକରେ ଦୁର୍ଗପୂଜା ଆୟୋଜନକୁ ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।  ମନ୍ଦିର ପରି ପୂଜା ମଣ୍ଡପରେ ପୂଜା ପାଇବେ ମୃଣ୍ମୟୀ ପ୍ରତିମା ।   ତେବେ ସାର୍ବଜନୀନ ପୂଜାକୁ ଅନୁମତି ମିଳି ନାହିଁ ବୋଲି  ଗତକାଲି ଓଟିଭିକୁ ଫୋନ ଯୋଗେ କହିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ବିନା ମା’ ମଣ୍ଡପରେ ପୂଜା ପାଇବେ ବୋଲି କହିଥିଲେ।

ମଣ୍ଡପରେ ବା ମନ୍ଦିରରେ ଯେଭଳି ଦେବୀଙ୍କ ପୂଜା କରାଯାଉଛି ସେହିଭଳି ମାଙ୍କ ପୂଜା ହୋଇପାରିବ।  କୌଣସି ସ୍ଥାନରେ ଜନ ସମାଗମ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ତେବେ ସାମୁହିକ ନୁହେଁ ବ୍ୟକ୍ତିଗତ ସ୍ତରରେ ଯିଏ ଚାହିଁବ ପୂଜା କରିପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କଟକ ବାଲୁବଜାରରେ ହୋଇ ଆସୁଥିବା ୫୦୦ ବର୍ଷର ପୁରୁଣା ପୂଜା ପରମ୍ପରା ବଞ୍ଚାଇ ରଖିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛି ବାଲୁବଜାର ପୂଜା କମିଟି । ପ୍ରଶାସନର ନିୟମ-କାନୁନ ଓ କାଇଦା-କଟକଣା ଭିତରେ ପରମ୍ପରା ବଞ୍ଚି ରହୁ ବୋଲି କମିଟି ଦାବି ରଖିଛି। ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ସହ ଅକ୍ଟୋବର ୨୧ ରୁ ୨୭ ଯାଏଁ ଦୁର୍ଗାପୂଜା ଆୟୋଜନ ପାଇଁ କୋର୍ଟ ଅନୁମତି ଦେବାକୁ ନିବେଦନ କରିଛି । କମିଟି ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ପ୍ରାୟ ଦେଢ଼ ଶହରୁ ଅଧିକ ମଣ୍ଡପରେ ପୂଜା ପାଇଥାନ୍ତି ଜଗତଜନନୀ ।

 

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like