ଲଘୁଚାପ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କୋରାପୁଟ: ଲଘୁଚାପକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଓ ୨୦ ତାରିଖରେ କୋରାପୁଟ୍ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଜିଲ୍ଲାକୁ ସତର୍କ କରାଯାଇଛି। ଏଥିସହ ଏହାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି। ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଇନ୍ଦ୍ରାବତୀ, ଅପରକୋଲାବ ଓ ତେଲେଙ୍ଗିରି ଜଳଭଣ୍ତାରରେ ଜଳସ୍ତର ବହୁତ କମ ଥିବାରୁ ଏହା ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତଥାପି ଯଦି ପ୍ରବଳରୁ ଅତି ପ୍ରବଳ ବର୍ଷା ହୁଏ ତେବେ ସୁରଲି ନଦୀରେ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ରହିଛି।

ବର୍ଷା ହେଲେ ମାଟି ଅତଡା ଖସିବାର ଆଶଙ୍କା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବିଭାଗର କର୍ମଚାରୀମାନେ ସମସ୍ତ ସାମଗ୍ରୀ ମହଜୁତ ରଖି ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତହସିଲଦାରମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like