• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

କନ୍ଧମାଳ: କନ୍ଧମାଳକୁ ସ୍ପର୍ଶ କରିଛି ଏ ବର୍ଷର ପ୍ରଥମ ଶୀତ। ସୋମବାର ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିଲା। ସେହିପରି କୋରାପୁଟକୁ ମଧ୍ୟ ଶୀତ ଛୁଇଁଛି।

ସୋମବାର ହାଲୁକା କୁହୁଡ଼ି ସହିତ କାକର ସକାଳରେ ବେଶ୍‌ ମନୋରମ ହୋଇ ଉଠିଥିଲା ପରିବେଶ।

ଏହାକୁ ମନଭରି ଉପଭୋଗ କରିଥିଲେ ଲୋକେ। ସୁନେଲୀ ଅଳସୀ ଫୁଲରେ ସାରା ପରିବେଶ ଢାଙ୍କି ହୋଇଛି। କୁହୁଡ଼ିଆ ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ସମସ୍ତେ ବାହାରି ପଡ଼ିଥିଲେ।

 

ଚଳିତ ବର୍ଷର ପ୍ରଥମ ଶୀତକୁ ବେଶ୍‌ ଉତ୍ସାହର ସହ କନ୍ଧମାଳବାସୀ ସ୍ୱାଗତ କରିଛନ୍ତି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା।

ଆଗକୁ ଶୀତ ବଢ଼ିବା ସମ୍ଭାବନା ଥିବାରୁ ଶୀତବସ୍ତ୍ର ବ୍ୟବସାୟୀ ମଧ୍ୟ ଦୁଇ ପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ ଶୀତଋତୁରେ କନ୍ଧମାଳରେ ପର୍ଯ୍ୟଟକଙ୍କ ମଧ୍ୟ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି।

(କନ୍ଧମାଳ ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ସହ କୋରାପୁଟରୁ ସୁର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ)

https://youtu.be/fQZPN1aaftI

Cold-wave-intensifies-in-kandhamal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories