କନ୍ଧମାଳରେ ହାଡ଼ଭଙ୍ଗା ଶୀତ

ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜୀବନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମଳିଛି ଶୀତର ପ୍ରକୋପ।  ଲାଗାତାର ଭାବେ ଶୀତର ପ୍ରକୋପ ବଢି ଚାଲିଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ।

ବିଶେଷ ଭାବେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ତୁମୁଡିବନ୍ଧ, ବ୍ରାହ୍ମଣୀ ଗାଁ, ରାଇକିଆ ଏବଂ ଜି. ଉଦୟଗିରି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସାରା ରାତି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି। କାଲୁଆ ପବନ ବହିବା ସହ ଥଣ୍ଡାର ପ୍ରକୋପ ରହୁଛି।

You might also like