ରାଜ୍ୟରେ ଶୀତର ଲହରି ଜାରି

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରି ଜାରି ରହିଛି। କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।

ବିଶେଷ କରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଧୀରେ ଧୀରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ଅସହ୍ୟ ଥଣ୍ଡା ଯୋଗୁଁ ଲୋକେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି। ତେବେ ଶୀତ ବଢୁଥିବାରୁ ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।

You might also like