୧୬ ଜିଲ୍ଲାକୁ ଶୀତ ସତର୍କତା : ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ

  • ରାଜ୍ୟର ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ସତର୍କ ସୂଚନା ଜାରି
  • ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ
  • ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିର
  • ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି
  • ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତଅରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ
  • କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର : ଶୀତରେ ଥରହର ହେଉଛନ୍ତି ରାଜ୍ୟବାସୀ। କିଛି ଦିନ ଧରି କମିଯାଇଥିବା ଶୀତର ପ୍ରକୋପ ଆସ୍ତେ ଆସ୍ତେ ବଢିବାରେ ଲାଗିଛି।  ସକାଳୁ ସଞ୍ଜ ଯାଏଁ ଯାଏଁ କାଲୁଆ ପବନ ବହୁଛି । ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ହେଉଛି ପରିସ୍ଥିତି। ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାୟତ ବି ବାଧାପ୍ରାପ୍ତ ହେଉଛି।

ତେବେ ଆଗାମୀ ସମୟରେ ରାଜ୍ୟରେ ଅଧିକ ପରିମାଣରେ ଥଣ୍ଡା ଅନୂଭୁତ ହେବ। ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ। ଏନେଇ ରାଜ୍ୟର ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ରାତ୍ରି ସର୍ବନିମ୍ନ ତାପମାତ୍ରା ରେ ଆଗାମୀ ୨ ରୁ ୩ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ ୨ରୁ ୩ ଦିନ ଯାଏଁ ଏହି ସ୍ଥିତି ବଜାୟ ରହିବ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡାର ପ୍ରକୋପ ବଢ଼ିବ। ସେହିପରି କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

You might also like