ଅସହ୍ୟ ଜାଡ଼ରେ ଥରିବ ଅଧା ଓଡ଼ିଶା, ୨୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବଳ ଶୀତ ମାଡ଼ିଆସୁଛି। କାଲି ଓ ପଅରଦିନ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨ ଦିନ ପାଇଁ ଆଉ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ସମ୍ବଲପୁର, ଅନୁଗୁଳ ଓ ବରଗଡ଼ ଜିଲ୍ଲା।

କିଛି ଦିନ ଧରି କମିଯାଇଥିବା ଶୀତର ପ୍ରକୋପ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲୋକେ। ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି। କହିବାକୁ ଗଲେ ବିଶେଷ କରି କନ୍ଧମାଳ, ଶୀତର ପ୍ରକୋପ ଅଧିକ ରହିଛି। ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହୁଛି। ଶୀତ ବଢୁଥିବାରୁ ରାସ୍ତା କଡରେ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି।

 

You might also like