ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା

ଭୁବନେଶ୍ୱର : ପ୍ରବଳ ଶୀତରେ ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କିଛି ଦିନ ହେଲା ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସକୁ ଖସିଥିଲା। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୯.୫ ଓ କଟକରେ ୯.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଉତ୍ତର ଓ ଉତ୍ତର ପଶ୍ଚିମ ଭାରତରୁ ଥଣ୍ଡା ପବନ ଓଡ଼ିଶା ଉପର ଦେଇ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତ ବଢୁଥିବା ପାଣିପାଗ ବିଭାଗ କହିଛି।

You might also like