• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଗଞ୍ଜାମ : ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନାର ବର୍ଷା  କରି ଚାଲିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା ଓ ଆମ୍ବପୁଆରେ ରହିଥିବା ୨ଟି ଶୀତଳ ଭଣ୍ଡାର, ଏବେ ଚାଷୀଙ୍କର କାମରେ ଆସୁନି। ବର୍ଷ ସାରା ଚାଷ କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଶସ୍ତାରେ ପନିପରିବା ବିକି କ୍ଷତି ସହୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଏ ହେଉଛି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆଅଠାରେ ତିଆରି ହୋଇଥିବା ସମବାୟ ଶୀତଳ ଭଣ୍ଡାରର ଦୃଶ୍ୟ । ଚାଷୀ ଆଶା କରିଥିଲେ ପନିପରିବା ଓ ଖାଦ୍ୟ ଶସ୍ୟ ଏଠାରେ ସଂରକ୍ଷଣ କରିବେ । ହେଲେ ଦୀର୍ଘବର୍ଷ ହେଲା ଶୀତଳ ଭଣ୍ଡାରଟି ଭାଙ୍ଗିରୁଜି ନଷ୍ଟ ହୋଇ ପଡ଼ିଥିବା ବେଳେ ଏବେ ଏହା ଭୂତକୋଠୀର ଭ୍ରମ ସୃଷ୍ଟି କରୁଛି । କୋଟି କୋଟି ଟଙ୍କା ମୂଲ୍ୟର ସରଞ୍ଜାମ ପଡି ଖତ ଖାଉଥିବାବେଳେ ସମବାୟ ବିଭାଗର ଦୃଷ୍ଟି  ତା ଉପରେ ନାହିଁ ।

ସେପଟେ ଗତବର୍ଷ ଗୋଳନ୍ଥରା ନିକଟରେ ଖୋଲାଯାଇଥିବା ଶୀତଳ ଭଣ୍ଡାରର ଅବସ୍ଥା ବି ଶୋଚନୀୟ ରହିଛି । ଏହା ବି ଚାଷୀଙ୍କ ସ୍ୱାର୍ଥରେ ଲାଗି ପାରୁନଥିବା ବେଳେ ସବୁବେଳେ ଗ୍ରୀଲରେ ତାଲା ପଡ଼ିରହୁଥିବା ଅଭିଯୋଗ  ହେଉଛି । ତେବେ ଆମ୍ବପୁଆରେ ଥିବା ଶୀତଳ ଭଣ୍ଡାରଟି ଭାଙ୍ଗିରୁଜି ଯାଇଥିବାରୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ବ୍ୟୟସାପେକ୍ଷ ।

ତେଣୁ ଆଉ ଏକ ନୂଆ ଶୀତଳ ଭଣ୍ଡାର କରାଯିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସମବାୟ ମନ୍ତ୍ରୀ ସୂଯର୍ୟନାରାୟଣ ପାତ୍ର କହିଛନ୍ତି । ଅନ୍ୟପଟେ ଶୀତଳଭଣ୍ଡାର ଶୀଘ୍ର ଯୋଗାଇ ଦେଲେ ଚାଷୀ ପରିବା ସଂରକ୍ଷଣ କରି ବିକ୍ରି ବଟା କରିପାରିବା ସହ ଅଭାବୀ ବିକ୍ରିରୁ ଆଉ କ୍ଷତି ସହିବେନି ବୋଲି ଆଶା ରଖିଛନ୍ତି ।

Cold-store-destroyed-in-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories