‘୨ କୋଟି ସହାୟତା ସହ ବିଜୁଳି ସବ୍‌ସିଡି ଦିଅ’

ଶୀତଳ ଭଣ୍ଡାର ମାଲିକ ସଂଘ ଆନ୍ଦୋଳନ  

ଭୁବନେଶ୍ୱର:  ରାଜ୍ୟରେ ଶୀତଳ ଭଣ୍ଡାର ମାଲିକ ସଂଘଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଶୀତଳ ଭଣ୍ଡାର ବନ୍ଦ କରି ସେମାନେ ଗତକାଲିଠୁ ଧର୍ମଘଟ ଚଳାଇଛନ୍ତି । ପର୍ଯ୍ୟାପ୍ତ ସାମଗ୍ରୀ ମିଳୁନଥିବାରୁ ରାଜ୍ୟର ୪୪ଟି ଶୀତଳ ଭଣ୍ଡାର କ୍ଷତିରେ ଚାଲୁଥିବା କହିଛି ମାଲିକ ସଂଘ । ୨୦୧୫ର ଆଳୁ ସମସ୍ୟା ପରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠା ହୋଇଥିଲା ୨୬ଟି ଶୀତଳ ଭଣ୍ଡାର। ସେଥିରୁ ୨୪ଟି ଏବେ ରୁଗ୍‌ଣ ଅବସ୍ଥାରେ। ଆଳୁ ମିଶନରେ ଯେତିକି ଉତ୍ପାଦନ ହେବା କଥା ଏବେ ତାହା ହେଉ ନାହିଁ  ।

ଅଧିକ ଖର୍ଚ୍ଚ ଯୋଗୁଁ ବାହାରୁ ଆଳୁ ଆଣି ମଧ୍ୟ ରଖିବା ସମ୍ଭବ ହେଉନି। ଏହି କାରଣରୁ ଗତ ୩ ବର୍ଷ ହେଲା କ୍ଷତି ସହିବାକୁ ପଡୁଥିବା ଶୀତଳଭଣ୍ଡାର ମାଲିକମାନେ କହିଛନ୍ତି। ପୁନରୁଦ୍ଧାର ସହାୟତା ପ୍ୟାକେଜରେ ୨ କୋଟି ଟଙ୍କା ସହାୟତା ପ୍ରଦାନ, ୫୦ ପ୍ରତିଶତ୍ ବିଜୁଳି ସବ୍‌ସିଡି ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ସେପଟେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ପ୍ରସଙ୍ଗ କୃଷି ବିଭାଗ ଅଧୀନରେ ଥିବା ଉଦ୍ୟାନ କୃଷି ବିଭାଗରେ ଆସୁଥିବା କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ଆହୁରି ପଢ଼ନ୍ତୁ

You might also like