ବ୍ୟାଙ୍କ୍ରୁ ୧୪ ଲକ୍ଷରୁ ଅଧିକ ଟଙ୍କାର କଏନ୍ ଗାଏବ
ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ଗଡ଼ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍ ଗାଏବ ହୋଇଯାଇଛି। ଏନେଇ ବ୍ୟାଙ୍କ ମ୍ୟାନେଜର ପାରାଦୀପ ଲକ୍ ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି।
ବ୍ୟାଙ୍କ୍ର କେହି ପୂର୍ବତନ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ୍ ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କାର କଏନ୍ ଗାଏବ୍ ହୋଇଯାଇଥିବା ଜଣାପଡ଼ିଥିଲା।
୨୦୧୬ ରୁ ୨୦୨୦ ମସିହା ମଧ୍ୟରେ ଏହି ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଏହା କର୍ପୋରେସନ ବ୍ୟାଙ୍କ ନାଁରେ ଚାଲିଥିଲା। ସପ୍ତାହକ ତଳେ ନୂଆ କରି ଯୋଗ ଦେଇଥିବା ବ୍ୟାଙ୍କ ମ୍ୟାନେଜର ଦାୟିତ୍ୱ ନେବା ପରେ ହେରଫେରକୁ ନେଇ ତନାଘନା ଚାଲିଛି।
ଏହି ଘଟଣାକୁ ନେଇ ସମ୍ପୃକ୍ତ ବ୍ୟାଙ୍କ୍ର ଶାଖା ପରିଚାଳକ ସନ୍ତୋଷ କୁମାର କହିଛନ୍ତି, ‘ଏସମ୍ପର୍କରେ ମୁଖ୍ୟାଳୟକୁ ଜଣାଇଥିଲି ଓ ନିର୍ଦ୍ଦେଶ ମିଳିବା ପରେ ଥାନାରେ FIR ରୁଜୁ କରିଥିଲି। ପୋଲିସ୍ ଘଟଣାର ତଦନ୍ତ କରୁଛି’।