କୋଇଲା ଚୋରା ଚାଲାଣ ବେଳେ ୫ ଟ୍ରେଲର ଜବତ : ଚଢ଼ାଉ ବେଳେ ଦୌଡ଼ି ପଳାଇଲେ ଡ୍ରାଇଭର

ରେଢ଼ାଖୋଲରେ କୋଇଲା ଚୋରି ରାକେଟ ଠାବ
୫ ଟ୍ରେଲର ଜବତ, ଜଣେ ଅଟକ
ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ଚଢ଼ାଉ କରିଥିଲା ପୋଲିସ

ରେଢ଼ାଖୋଲ: ଧରାପଡିଲା କୋଇଲା ଚୋରି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଛି ପୋଲିସ୍ । ଜବତ ହୋଇଛି ୫ଟି ଟ୍ରେଲର ।  ସାଧୁମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ରେଢାଖୋଲ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ ଗାଡ଼ିରୁ କୋଇଲା ଚୋରି କରାଯାଇ ଏଠାରେ ରଖାଯାଇଥବା ଜଣାପଡିଛି ।

ତେବେ ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲା ଟ୍ରେଲର ଡ୍ରାଇଭର। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସବୁଠୁ ବଡ଼ କଥା ହେଲା, ବହୁ ଦିନରୁ ଏହି କୋଇଲା କାରବାର ହେଉଥିବା ବେଳେ ସେଠାରେ ଏକ ଅସ୍ଥାୟୀ ଗୋଦାମ ଘର ରହିଛି ଘର ଭିତରେ ଖାଇବା, ଶୋଇବା, ରହିବାର ବ୍ୟବସ୍ଥା କରାଯାଇଛି । ପ୍ରତି ଗାଡିରୁ ୨ରୁ ୩ କୁଇଣ୍ଟାଲ କୋଇଲା ବାହାର କରାଯାଏ ବୋଲି ଅଟକ ଥିବା ବ୍ୟକ୍ତି କହିଛି ।

ଦଦଦ

You might also like