ନୂଆଦିଲ୍ଲୀ: CII ଇଷ୍ଟର ଚେୟାରପର୍ସନ ତଥା ଓଟିଭି ନେଟୱାର୍କର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଆଉଟ୍ ଲୁକ୍ ସ୍ପିକଆଉଟ୍ ଆଓ୍ୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆଉଟଲୁକ୍ ପତ୍ରିକା ପକ୍ଷରୁ ଆୟୋଜିତ ସର୍ବଭାରତ ସ୍ତରୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ମହିଳା ଉଦ୍ୟୋଗପତି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି।
ଚଳିତ ବର୍ଷ ଆଉଟଲୁକ୍ ସ୍ପିକ୍ ଆଉଟ ଥିମ୍ ରହିଛି ‘ଓମେନ୍ସ ଭିଜନ୍ସ ୨୦୨୦’। ସମାଜରେ ମହିଳାମାନଙ୍କ ଜୀବନ ପ୍ରତି ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ଅଭିନେତ୍ରୀ ଖୁସବୁ ସୁନ୍ଦର, ମହିଳା ଅଧିକାର ସାମାଜିକ କର୍ମୀ ଜାଇକା ସୋମାନ, ପାରା ଅଲିମ୍ପିଆନ୍ ଦୀପା ମଲ୍ଲିକ, ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ସହ ବହୁ ପ୍ରମୁଖ ମହିଳା ଚଳିତ ବର୍ଷର ଥିମ୍ ଉପରେ ବଳିଷ୍ଠ ମତ ରଖିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।