ରାଜ୍ୟରେ କରୋନା ଟିକା ଆସିଲେ କାହାକୁ ମିଳିବ ଆଗ ?

ଭୁବନେଶ୍ୱର: କରୋନା ଟିକା ଆସିଲେ କାହାକୁ ମିଳିବ ଆଗ ? ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟ। ବୟସ୍କ ଓ ପ୍ରସୂତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଗ ଟିକା ଦିଆଯିବ ବୋଲି କରୋନା ମୁକାବିଲା ସମୀକ୍ଷା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

କରୋନା ପରିଚାଳନା ସମୀକ୍ଷା କରିବା ବେଳେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ଟିକା ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଏହା ବଜାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେଣୁ ଟିକା ଆସିଲେ ପ୍ରଥମେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବୟସ୍କ ଓ ଗର୍ଭବତୀଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସମାଜର ଏହି ଶ୍ରେଣୀର ବ୍ୟକ୍ତିଙ୍କୁ ଟିକା ପ୍ରଦାନ ବେଳେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

You might also like