୧୯ ମିନିଟ୍‌ରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନକୁ ନେଇ ଉଠିଲା ୫ଟି ପ୍ରଶ୍ନ

ଭୁବନେଶ୍ୱର: ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ କି ? ଯଦି, କରିଥିଲେ ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୀରବ କାହିଁକି ? ୧୯ ମିନିଟ୍ ଉଡ଼ାଣର ସମ୍ପୂର୍ଣ୍ଣ ଭିଡିଓ ଜାରି କାହିଁକି କରାଯାଉନି ? ଆଜି କିଛି ଏଭଳି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଚାରିଛନ୍ତି ସୂଚନା ଅଧତ୍କାର କର୍ମୀ ପ୍ରଦୀପ ପ୍ରଧାନ।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମ୍ଓର ନୀରବତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବା କହିଛନ୍ତି ପ୍ରଦୀପ। ମୁଖ୍ୟତଃ ୫ଟି ପ୍ରଶ୍ନକୁ ସେ ଗୁରୁତ୍ୱ ଦେଇଛନ୍ତି।

୧-ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପ୍ରକୃତରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ କି ?

୨-ଯଦି ମୁଖ୍ୟମନ୍ତ୍ରୀ ୧୯ ମିନିଟ୍‌ରେ କେଉଁ ଅଞ୍ଚଳ ବୁଲିଥିଲେ ?

୩-ମୁଖ୍ୟମନ୍ତ୍ରୀଙ୍କ ସହ  କେଉଁ କେଉଁ ଅଫିସର ଗସ୍ତ କରିଥିଲେ ?

୪-ମୁଖ୍ୟମନ୍ତ୍ରୀଙ୍କ ବୟସାଧିକ କାରଣରୁ ତାଙ୍କ ସହ ଡାକ୍ତରୀ ଟିମ୍ ଯିବା କଥା।  ତେଣୁ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ଡାକ୍ତର ଯାଇଥିଲେ ?

୫-ଏୟାରପୋର୍ଟ ଅଥରିଟି ପକ୍ଷରୁ ହେଲିକପ୍ଟର ୧୯ ମିନିଟ୍ ଉଡାଣ କରିଥିବା କୁହାଯାଇଛି। ତେବେ ଏହି ୧୯ ମିନିଟରେ କ’ଣ ବିମାନ ବନ୍ୟାଞ୍ଚଳ ଗସ୍ତ କରିବା ସମ୍ଭବପର କି ? ଯଦି ସମ୍ଭବ ତାର ଭିଡିଓ କପି କାହିଁ ?

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like