କଟକ ସହରରୁ ଚିହ୍ନଟ ହେଲେ ୩୪ କରୋନା ପଜିଟିଭ୍, ଲୋକାଲ୍ କେସ୍ ୮
କଟକ: କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୨୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଟି ଲୋକାଲ କେସ୍ ରହିଛି।
ଆହୁରି ପଢ଼ନ୍ତୁ
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୨୩୬ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।