CMC ଗାଇଡ ଲାଇନ: ବିବାହ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ରହିବେନି

କଟକ: ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପୁଣି ଆରମ୍ଭ ହୋଇଯାଇଛି କଟକଣା। କେଉଁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ତ କେଉଁ ଅଞ୍ଚଳକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଏବେ CMC ପକ୍ଷରୁ  ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି।

ନୂଆ ଗାଇଡଲାଇନ ଅନୁଯାୟୀ, ବିବାହ ଓ ଶୁଦ୍ଧି କାଯର୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଉପସ୍ଥିତ ରହିପାରିବେ। ୧୦୦ରୁ ଅଧିକ ଲୋକ  ଉପସ୍ଥିତି ପାଇଁ CMC ଅନୁମତି ମିଳିବ ନାହିଁ।  ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୫୦ ଜଣଙ୍କୁ ମିଳିବ ଅନୁମତି।

ସେହିପରି ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଛି CMC। କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନରେ ରୋକ୍ ଲଗାଯାଇଛି।  କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।ଆସନ୍ତା ୬ ତାରିଖରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା।

ସୂଚନାଥାଉ କି, କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ଗାଇଡ୍ ଲାଇନ୍ ଜାରି କରି BMC କଟକଣା ଲଗାଇଥିଲା।   ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯିବା ସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହାସହ ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଥିଲା BMC। ନୂଆ ଗାଇଡଲାଇନ ଅନୁସାରେ, କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନ ହୋଇପାରିବ ନାହିଁ ବୋଲି ଗାଇଡଲାଇନ ଜାରି କରିଥିଲା।

ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

You might also like