କରୋନାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ଉପରେ ରୋକ୍ ଲାଗାଇ ପାରୁନାହାନ୍ତି ସରକାର। ଦିନକୁ ଦିନ ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା। ଏପଟେ କଟକର ସ୍ଥିତି ମଧ୍ୟ ଖରାପ ହୋଉଯାଉଛି। ଖୋଦ୍ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଉଛି।

କଟକ ମହାନଗର ନିଗମ ବା ସିଏମ୍‌ସିର ଜଣେ କର୍ମଚାରୀ କରୋନାରେ ଆଖି ବୁଜିଛନ୍ତି। ତାଙ୍କ ନାମ ବିଶ୍ୱନାଥ ଲେଙ୍କା ହୋଇଥିବା ବେଳେ ସେ କଟକର ବାସିନ୍ଦା ଅଟନ୍ତି। ତାଙ୍କର ଗତକାଲି ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ସେ ସିଏମ୍‌ସିରେ କରୋନା ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସହରରେ ଯେତେବେଳେ କାରୋନା ଦୃତ ଗତିରେ ବୃଦ୍ଧି ପାଇଥିଲା ସେହି ସମୟରେ ବିଶ୍ୱନାଥ ଲେଙ୍କାଙ୍କୁ କୋଭିଡ୍ କଣ୍ଟ୍ରୋଲ ରୁମର ଗୁରୁ ଦାୟିତ୍ୱ ଦିଆଯାଇଥିଲା। କରୋନା ଯୋଦ୍ଧା ଭାବେ ମୃତ୍ୟୁ ହୋଇଥିବାରୁ  ତାଙ୍କୁ ଗାର୍ଡ ଅଫ୍  ଅନର ଦିଆଯିବ ବୋଲି ସୂଚନା ମିଳିଛି।

ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱଟ୍ ଯୋଗେ ସୂଚନା ଦିଆଯାଇଥିବା ବେଳେ ସିଏମ୍‌ସି କମିସନର୍ ଅନନ୍ୟା ଦାସ ଏହାକୁ ରିଟ୍ୱିଟ କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like