କଟକ ବାଲିଯାତ୍ରାରେ ବହୁ ପରିମାଣର ବାସି ଖାଦ୍ୟ ନଷ୍ଟ
କଟକ: ଐତିହାସିକ କଟକ ବାଲିଯାତ୍ରାର ଆଜି ଚତୁର୍ଥ ଦିନ। ସନ୍ଧ୍ୟାରେ ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ବୁଲାବୁଲି ସାଙ୍ଗକୁ ଚଟ୍ପଟା ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକେ।
ଗତକାଲି ରବିବାର ହୋଇଥିବାରୁ ବାଲିଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା।
ସେହିପରି ତୃତୀୟ ଦିନରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଫୁଡ୍ ଷ୍ଟଲ୍ ଉପରେ ଚଢ଼ାଉ କରାଯାଇଥିଲା। ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା।
ଉପର ପଡ଼ିଆ ଓ ତଳ ପଡ଼ିଆରେ ଥିବା ଫୁଡ୍ ଷ୍ଟଲ ଉପରେ ଏହି ଚଢ଼ାଉ କରାଯାଇ ଷ୍ଟଲ୍ ଗୁଡ଼ିକରେ ରହିଥିବା ବଳକା ବାସି ଖାଦ୍ୟକୁ ନଷ୍ଟ କରାଯାଇଥିଲା। ତେବେ ଆଜି ମଧ୍ୟ ପୁଣି ସିଏମ୍ସି ପକ୍ଷରୁ ଚଢ଼ାଉ କରାଯାଇଛି।