• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: କଟକବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଜିଲ୍ଲାରେ କମୁଛି ଆକ୍ଟିଭ କେଶଙ୍କ ସଂଖ୍ୟା। କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା ହୋଇଥିବା ନେଇ ସୂଚନା ଦେଇଛନ୍ତି CMC କମିଶନର ଅନନ୍ୟା ଦାଶ।

କଟକରେ କରୋନା ସ୍ଥିତି ନେଇ CMC କମିଶନର କହିଛନ୍ତି ଯେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ସୁସ୍ଥ ହୋଇଛନ୍ତି। ୧୪୩ଟି ଆକ୍ଟିଭ କେଶ ରହିଥିବା ବେଳେ ୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। CMC ଓ ଗ୍ରାମାଞ୍ଚଳରେ ଘରକୁ ଘର ସର୍ଭେ ଚାଲିଛି। ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷା କରାଯାଉଛି। ଲୋକମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଛି। ଆକ୍ଟିଭ ସର୍ଭେଲାନ୍ସରେ ପୁରୁଣା ରାଉସାପାଟଣାକୁ କଣ୍ଟେନମେଣ୍ଟ କରାଯାଇଛି। ପ୍ରଥମେ ୫/୬ ଆକ୍ରାନ୍ତ ଥିଲେ; ବର୍ତ୍ତମାନ ସେଠାରେ ୨୨ଟି ନୂଆ କେସ୍ ଆସିଛି। ପ୍ରତାପନଗରୀରେ ସଂକ୍ରମିତ ଥିବାରୁ କଣ୍ଟେନମେଣ୍ଟ ଜୋନ କରାଯାଇଛି।

ତେବେ କଟକରେ ଥିବା ବିଭିନ୍ନ ହସ୍ପିଟାଲରେ କରୋନା ଯେଭଳି ନବ୍ୟାପିବ, ଏନେଇ ସୂଚନା ଦେଇ କମିଶନର କହିଛନ୍ତି ଯେ ସବୁ ମେଡିକାଲ OPDରେ PPE ପିନ୍ଧି ଡାକ୍ତର ରୋଗୀ ଦେଖୁଛନ୍ତି। ଯେଉଁ ରୋଗୀଙ୍କର ଆଡମିଶନ ଦରକାର, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେଉଛି। ଏଯାବତ ୧୭ ଶହ ଆଣ୍ଟିଜେନ ଟେଷ୍ଟ କରି ଆକ୍ରାନ୍ତ ଚିହ୍ନଟ କରାଯାଇଛି। SCB  ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ OPDକୁ ଭାଗ କରାଯାଇଛି। OPD ଭାଗ ଭାଗ କରି ରୋଗୀ ଏକତ୍ରୀକରଣକୁ ରୋକା ଯାଇଛି।

ସେହିପରି କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା ହୋଇଛି। LNT ଗୋପାଳପୁରରେ ୧୦୭ ବେଡ୍‌ରେ କୋଭିଡ କେୟାର ସେଣ୍ଟର କରାଯାଇଛି। ବିଦ୍ୟାଧରପୁର OSHB କେନ୍ଦ୍ରରେ ୯୮ ବେଡ୍‌ର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି। OATରେ ୨୨୦ ବେଡ୍‌ର ମଧ୍ୟ ବ୍ୟବସ୍ଥା ଚାଲିଛି ବୋଲି କହିଲେ CMC କମିଶନର କହିଛନ୍ତି।

ଏପରିକି ଯେଉଁମାନଙ୍କର ଲକ୍ଷଣ ନ ଥିବା ବା କମ୍ ଥିବ ସେମାନେ CCCରେ ରହିବେ। ଯେଉଁମାନଙ୍କର ଭେଣ୍ଟିଲେଟର ଦରକାର ବା ଗୁରୁତର ଥିବେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଯିବେ। ଆସନ୍ତା ୧୪ ଦିନରେ ଘରକୁ ଘର ସର୍ଭେରେ ସମସ୍ତେ ସହଯୋଗ କରିବା ପାଇଁ  CMC କମିଶନର ନିବେଦନ କରିଛନ୍ତି।

https://www.youtube.com/watch?v=au-2vtzgLGI

Cmc-commissioner-said-about-current-situation-corona-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories