‘କରୋନାରେ କର୍ମଜୀବୀ ଗୋଷ୍ଠୀ ଅଧିକ ସଂକ୍ରମିତ’

କଟକ: ସପ୍ତାହକରେ ୨୧ରୁ ୪୧ ବର୍ଷ ମଧ୍ୟରେ ୪୪୨ ପଜିଟିଭ ହେଲେଣି ଚିହ୍ନଟ। ବିଶେଷ କରି କର୍ମଜୀବୀ ଗୋଷ୍ଠୀର ବେଶି ସଂକ୍ରମିତ। କଟକ ପୌରାଞ୍ଚଳରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି।

କମିଶନର କହିଛନ୍ତି ଯେ, CMCରେ ବର୍ତ୍ତମାନ ସୁଦ୍ଧା ୩୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୬୦ ସୁସ୍ଥ ହୋଇଥିବା ବେଳେ ୧୨୨୭ ଆକ୍ଟିଭ ରହିଛି। ୧୭ ଜଣ ମୃତ୍ୟୁ ରହିଛି। ଆକ୍ଟିଭ କେସ୍ ମଧ୍ୟରୁ ୩୦% ହୋମ୍ ଆଇସୋଲେସନ୍‌ରେ ଅଛନ୍ତି।

ଅବଶିଷ୍ଟ ୬୪% CCCରେ ଓ ୬% ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୭ ଦିନରେ ୨୧ରୁ ୪୧ ବର୍ଷ ମଧ୍ୟରେ ୪୪୨ ପଜିଟିଭ ଚିହ୍ନଟ। ତେଣୁ ମୋଟାମୋଟି ଭାବେ କର୍ମଜୀବୀ ଗୋଷ୍ଠୀର ବେଶି ସଂକ୍ରମିତ ହୋଇଛନ୍ତି। କର୍ମ ସଂସ୍ଥାନକୁ ଯାଉଥିବା ବ୍ୟକ୍ତି ଅଧିକ ସଚେତନ ହେବା ଦରକାର ବୋଲି ସିଏମ୍‌ସି କମିଶନର କହିଛନ୍ତି। ସହରରେ ୧୦ଟି କେନ୍ଦ୍ରରେ କରୋନା ଟେଷ୍ଟ ହେଉଥିବା ସେ କହିଛନ୍ତି।

ଆଜି କଟକ ମହାନଗର ଅଞ୍ଚଳରେ ପୁଣି ୧୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସରକାରୀ କ୍ୱାରେଣ୍ଟିନରୁ ୩୪; ହୋମ କ୍ୱାରେଣ୍ଟିନରୁ ୪୭ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ କେସ୍‌ର ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like