ସୁବର୍ଣ୍ଣପୁରରେ କାଳିଆ କଥା ଦୋହରାଇଲେ ନବୀନ

ସୋନପୁର(ରବୀନ୍ଦ୍ର ହୋତା): ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି।

ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ଯୋଜନା ବଖାଣୁଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲାର କହିଲାଝୁଲି ଓ ସିଆଲି ସଭାରେ ନବୀନ ସମାନ ଭାଷାରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି।

କାଳିଆ ଟଙ୍କା ଅଟକାଇବାକୁ କେନ୍ଦ୍ର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ କାଳିଆ ଯୋଜନାକୁ କେହି ଅଟକାଇ ପାରିବେ ନାହିଁ ବୋଲି ନବୀନ ନିଜ ଭାଷଣରେ କହିଛନ୍ତି।

You might also like