ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ନବୀନ ଟ୍ବିଟ୍ କରି ଜଣାଇଛନ୍ତି ଯେ ସବୁ ସଂକ୍ରମିତ ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳର । ଏଠାରୁ କେହି ବାହାରକୁ ନଯାଇ ଲକଡାଉନ ନିୟମକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି।

ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇ ଦେଇଛନ୍ତି । ସେହିପରି  ସାମାଜିକ ଦୂରତା ନିୟମ ଭଙ୍ଗ ହେଲେ ଜିରୋ ଟଲରାନ୍ସ ନୀତି ଆପଣାଯିବ। ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଏଥିସହିତ  ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ହୋଇଥିବା କଣ୍ଟେନମେଣ୍ଟ ଅଂଚଳରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇବା ଉପରେ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ କଣ୍ଟେନମେଣ୍ଟ ଅଂଚଳରେ ଘରକୁ ଘର ବୁଲି ତନାଘନା କରୁଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

 

You might also like