ହଟ୍‌ସ୍ପଟ୍ ‘ଗଂଜାମ’ର କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଥିବା ଗଂଜାମ ଜିଲ୍ଲାର ସ୍ଥିତି ଅଣାୟତ ହୋଇଥିବା ବେଳେ ରାଜ୍ୟ ସରକାର ଏହି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାର ସବୁ ବିଧାୟକଙ୍କ ସହିତ ଆଲୋଚନା କରାଯାଇଛି। ଏହି ଭିଡିଓ କନ୍ଫରେନସିଂରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଇଛନ୍ତି।

ଗଂଜାମ ଜିଲ୍ଲାରେ ଭୟାନକ ସ୍ଥିତିରେ ପହଞ୍ଚିଛି କରୋନା। ଲଗାତର ଭାବେ ପ୍ରତିଦିନ ଏହି ଜିଲ୍ଲାରୁ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ କରୋନା ୯୭ ଜୀବନ ନେଇଥିବା ବେଳେ କେବଳ ଗଂଜାମ ଜିଲ୍ଲାରେ। ଏହି ସଂଖ୍ୟା ୫୯ ଆଜି ମଧ୍ୟ ଗଂଜାମରୁ ୫ ଜଣଙ୍କ ମୃତ୍ୟୁ ହୋଇଛି।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭ ଶହ ୬୬ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ହଜାର ୭୫୩। ୧୯୫୦ ଆକ୍ଟିଭ କେଶ ରହିଛି। ଗଂଜାମରେ କରୋନାକୁ ରୋକିବା ପାଇଁ କିଛି ଦିନ ତଳେ କିଛି ସ୍ୱତନ୍ତ୍ର ଅଧିକାରୀଙ୍କୁ ମଧ୍ୟ ସେଠାକୁ ପଠାଇଛନ୍ତି ରାଜ୍ୟ ସରକାର। ତା ସତ୍ତ୍ୱେ ପରିସ୍ଥିତିରେ ସୁଧାର ଆସି ପାରିନାହିଁ। ତେଣୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଗଂଜାମ ସ୍ଥିତିର ସମୀକ୍ଷା କରାଯାଇଛି।

You might also like