ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି। ସେପଟେ ଆଜି ଓଡ଼ିଶା ଆସୁଛି ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର।

ସୋମବାର ଜାମ୍ମୁ ଓ କାଶ୍ମୀର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । ଯବାନଙ୍କ ଗାଡ଼ି ଯିବା ବେଳେ ଆଇଡି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ହାବିଲଦାର ଅମରଜିତ କୁମାର ଏବଂ ନାଏକ ଅଜିତ ସାହୁ ସହିଦ୍ ହୋଇଥିଲେ। ଏହି  ଘଟଣା ପରେ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗାଁରେ ଶୋକାକୁଳ ପରିବେଶ ଛାଇ ଯାଇଛି । ଭାଙ୍ଗି ପଡିଛନ୍ତି ସହିଦ୍ ଅଜିତ ସାହୁଙ୍କ ପରିବାର। ୨୦୧୫ରେ ସେନାରେ ସାମିଲ ହୋଇଥିଲେ ଅଜିତ୍। କିଛି ଦିନ ତଳେ ତାଙ୍କର ଜାମ୍ମୁ ଓ କାଶ୍ମୀରକୁ ବଦଳି ହୋଇଥିଲା।

ଆହୁରି ପଢ଼ନ୍ତୁ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ପାଟକୁରା ନିର୍ବାଚନ ଫଳାଫଳ: ୧୬ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ବାହୁଡ଼ା ପରେ ଆଜି ହେବ ମହାପ୍ରଭୁଙ୍କର ପ୍ରଥମ ବନକଲାଗି

ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କଟକରେ ଫୁଟିଲା ବୋମା

୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

କୋଇଲା ଖଣିରେ ଅଘଟଣ: ମାଟି ଧସି ୧୦ ଶ୍ରମିକ ଆହତ

You might also like