ଆଜି ସୁନ୍ଦରଗଡ଼ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ।

ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୫ ମିନିଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ହେମଗିରିଠାରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ତଳସରା ବିଧାନସଭାମଣ୍ଡଳୀର ତିଲେଇକାନୀ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି ଓ ବଣାଇ ଏବଂ ପରେ ବୀରମିତ୍ରପୁର ବିଧାନସଭା ର୍ନିବାଚନମଣ୍ଡଳୀର ରାଏବଗାରେ ର୍ନିବାଚନୀ ସଭାରେ ଯୋଗଦେବେ। ଏଠୁ ପ୍ରଚାର ସାରିବା ପରେ ରାଉରକେଲା ଏବଂ ରଘୁନାଥପାଲି ବିଧାନସଭା ର୍ନିବାଚନ ମଣ୍ଡଳୀରେ ରୋଡ଼ ଶୋ’ କରିବେ ନବୀନ।

You might also like