ବାଣପୁରରେ ଚିଲିକା କାର୍ଡ ଖେଳିଲେ ନବୀନ

ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚିଲିକା କାର୍ଡ ଖେଳିଥିଲେ। ‘ଚିଲିକା ଆମର ମା’ ଏବଂ ଓଡ଼ିଶାର ଗର୍ବ’ ବୋଲି ନବୀନ କହିଛନ୍ତି।

ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି। ତେବେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିଛନ୍ତି। ଏଥିସହ ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ କେନ୍ଦ୍ର ଚେଷ୍ଟା କରୁଛି ଏବଂ ପୁରୁଣା ରାସ୍ତା ଉପରେ କୋଷ୍ଟାଲ ହାଇୱେ ଚାହୁଁଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଥିଲେ।

ଅନ୍ୟପକ୍ଷେ, ନବୀନଙ୍କ ଅଭିଯୋଗ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

ବାଣପୁର ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ପହଞ୍ଚିଛନ୍ତି।

You might also like