ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ ପ୍ରଚାର

ବରଗଡ଼(ଦୀପକ ଶର୍ମା): ଆସନ୍ତା ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ବରଗଡ଼ରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ବରଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ୍‌ ମାଗିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ  କାଳିଆ ଯୋଜନା ଓ କୋଶଲୀ ଭାଷାକୁ ନେଇ କେନ୍ଦ୍ରକୁ ଟାର୍ଗେଟ ମଧ୍ୟ କରିଥିଲେ। ଧାନର ଏମ୍‌ଏସ୍‌ପି କଥା ମଧ୍ୟ ସେ ଉଠାଇଥିଲେ।

ବିଜେପୁର ନିର୍ବାଚନ ମଣ୍ଡଳୀର ବନପାଲି, ବିଜେପୁର ଓ ଗାଇସିଲଟ ସମାବେଶରେ ମଧ୍ୟ ଯୋଗ ଦେଇ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି।  ଏହା ସହିତ ବିଜେପୁରର ବିକାଶର ଦାୟିତ୍ୱ ତାଙ୍କର ବୋଲି ନବୀନ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।

You might also like