ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଚ୍ରେନ୍ ଚଲାଅ
ଭୁବନେଶ୍ୱର: ଓଡ଼ିଶା ରେଳ ମାନଚିତ୍ରରେ ଯୋଡ଼ିହେବ କେନ୍ଦ୍ରାପଡ଼ା। ବହୁ ପ୍ରତୀକ୍ଷିତ ହରିଦାଶପୁର-ପାରାଦୀପ ନୂଆ ବ୍ରଡଗେଜ୍ ଲାଇନରେ ଖୁବଶୀଘ୍ର ଆରମ୍ଭ ହେବ ଯାତ୍ରୀ ସେବା। ଏ ନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।
୮୨ କିଲୋମିଟର ଲମ୍ବ ଏହି ରେଳ ଲାଇନ୍ ଓଡ଼ିଶା ସରକାର, ରେଳ ଓ ଜାହାଜ ଚଳାଚଳ ମନ୍ତ୍ରାଳୟର ମିଳିତ ଭାଗିଦାରୀରେ ତିଆରି କରାଯାଇଛି। ଏହି ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଲାଗିଥିବା ବେଳେ ଏବେ ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ୍ ଚାଲିବା ପରେ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ରେଳ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକ ଅନୁମତି ଓ ପ୍ରମାଣପତ୍ର ଯଥାଶୀଘ୍ର ପ୍ରଦାନ କରାଗଲେ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।