ଡିସେମ୍ବର ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଭୁବନେଶ୍ୱର :  ସୁରତରେ ରହୁଥିବା ଓଡ଼ିଆଙ୍କ ମନ ଜିଣିବା ପାଇଁ ଅଣ୍ଟା ଭିଡିଛି ବିଜେଡି। ମୁଣ୍ଡ ଉପରେ ୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଏବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋକସରେ ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଆସନ୍ତା ୧୭ତାରିଖରେ ସୁରତ ଯାଇ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ସୁରତର ଅମରେଲୀରେ ଏକ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ଜନସଭା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ସେପଟେ ୧୭ତାରିଖରେ ସୁରତର ସମସ୍ତ ସୂତାକଳରେ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଫେଡେରସନ ଅଫ୍ ୱେଭର୍ସ ପକ୍ଷରୁ ସମସ୍ତ କାରଖାନା ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି।

You might also like