• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ବିଜେଡି ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ୍‌ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିଛନ୍ତି। ବସୁଆପୁର ପଞ୍ଚାୟତର କୁମାରପୁର ମେଲଣ ପଡିଆରେ ସଭା କରାଯାଇଥିଲା। ପିପିଲି ବ୍ଲକର ଦାଣ୍ଡମକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ଭର୍ଚୁଆଲ ବୈଠକର ଆୟୋଜନ ହୋଇଥିଲା।

୬ଟି ଜିଲ୍ଲା ପରିଷଦ ଜୋନ୍ ଅଞ୍ଚଳରେ ସେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଛନ୍ତି। ସେ କହିଛନ୍ତି ଯେ ଆଜି ପିପିଲି ଯାଇ ଆପଣମାନଙ୍କୁ ଭେଟିଥିଲେ ବହୁତ ଖୁସି ହୋଇଥାନ୍ତି। ମୋ ପ୍ରତି ଭଲ ପାଇବା ଯୋଗୁଁ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ। କିନ୍ତୁ କରୋନା କାଳରେ ଏହା ଭଲ ହେବ ନାହିଁ ବୋଲି ମୁଁ ଭାବିଲି। ଏଥିପାଇଁ ଭିସିରେ ଆପଣମାନଙ୍କୁ ଭେଟୁଛି, କୋଭିଡ଼ ପରେ ଭେଟିବାକୁ ଯିବି। ପିପିଲି ଓ ଡେଲାଙ୍ଗର ବିକାଶ କଥା ମୁଁ ବୁଝିବି ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି। ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି ବୋଲି ନବୀନ କହିଛନ୍ତି।

ତେବେ ଆଗରୁ ହୋଇଥିବା ତିର୍ତ୍ତୋଲ, ବିଜେପୁର, ବାଲେଶ୍ୱର ଓ ପାଟକୁରା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ସେଠାରେ ପ୍ରଚାର କରିଥିଲେ।

https://www.youtube.com/watch?v=LyOwKd1AFDg

ସେପଟେ ବିଜେପି ପାଇଁ ଆଜି ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ସେ କ୍ୟାଂପେନ୍ କରିଛନ୍ତି। ଲକ୍ଷ୍ମୀନାରାୟଣପୁର, ପୁର୍ବ ଶାସନ, ପୋପରଙ୍ଗା, ଓରକଳା, ଭାରତିପୁର ଓ କଣ୍ଟି ଆଦି ଅଞ୍ଚଳରେ ପ୍ରଚାର କରିବା ସହ ସେ ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କରିଥିଲେ। ପରିବର୍ତ୍ତନ ପିପିଲିରୁ ଆରମ୍ଭ ହେବ ବୋଲି ସେ ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Cm-naveen-pattnaik-starts-campaign-for-pipili-byelection
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories