‘ଅଣକୋଭିଡ୍ ରୋଗୀଙ୍କୁ ଅବହେଳା କରନି, ଚିକିତ୍ସା କର’

ଭୁବନେଶ୍ୱର: ରାଜ୍ୟରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ବିଭିନ୍ନ ଡାକ୍ତରଖାନାରେ ଅଣ-କୋଭିଡ୍ ରୋଗୀ ଉପଯୁକ୍ତ ଚିକିତ୍ସା ପାଉନଥିବା ନେଇ ଆସୁଥିବା ଅଭିଯୋଗ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ୍ ସ୍ଥିତି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା।

ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରାଥମିକତା ହୋଇଥିବାରୁ ଏହା ଉପରେ ସବୁ ପଦକ୍ଷେପ କେନ୍ଦ୍ରୀତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ତାସହ ରାଜ୍ୟରେ ଆମ୍ବୁଲାନ୍ସ ନେଟ୍ୱାର୍କକୁ ସୁଦୃଢ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଏଥିସହ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥ୍ୟା ତଦାରଖ କରିବାକୁ ବି ପରାମର୍ଶ ଦେଇଛନ୍ତି। ତାସହ କୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର ସମ୍ମାନ ସହ ନୂଆ ନିର୍ଦ୍ଦେଶାବଳୀ ଅନୁସାରେ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ।

You might also like