• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: କଟକ ସହରର ହୃତ ଗୌରବ ଫେରିବ। ରାସ୍ତାଘାଟ ଚମକିବ। କଟକର ପରିଚୟ ବଡ଼ ଡାକ୍ତରଖାନାର ନବକଳେବର ହେବ। ଏଥିପାଇଁ ନିଜେ ଆଗେଇ ଆସିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ। ଆଜି କଟକ ଗସ୍ତ ଅବସରରେ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି କଟକ ସହରବାସୀଙ୍କୁ।

ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ ଏସ୍‌ସିବି ମେଡିକାଲ କଲେଜର ଦ୍ୱିତୀୟ କ୍ୟାମ୍ପସ ।

ସେ କହିଛନ୍ତି, ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ବଡ଼ ମେଡିକାଲର ପୁରୁଣା କ୍ୟାମ୍ପସର ସଂପ୍ରସାରଣ ମଧ୍ୟ କରାଯିବ। ମେଡିକାଲ ନିକଟରେ ଥିବା ଅନ୍ୟ କିଛି ବିଭାଗର ଜମି ଉଚ୍ଛେଦ କରାଯି। ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟର, ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର ଭଙ୍ଗାଯିବ। ଅଧିଗ୍ରହଣରେ ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ ବୋଲି ଆକଳନ କରାଯାଉଛି । ଫେବ୍ରୁଆରୀ ୨୮ ସୁଦ୍ଧା ଅଧିଗ୍ରହଣ କାମ ସରିଲେ ମାର୍ଚ୍ଚ ପହିଲାରୁ ନିର୍ମାଣ କାମ ହେବ ।

ସେହିପରି କଟକ ରିଂ ରୋଡ୍ ମଧ୍ୟ ୬ ଲେନ୍ କରାଯିବ। ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲକୁ ସଂଯୋଗ କରୁଥିବା ରାସ୍ତା ୩ ଲେନ୍ ହେବ । ୩ ଲେନ୍ ସହ ଯାତାୟାତ ସୁବିଧା ପାଇଁ ୨ଟି ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

 

Cm-naveen-pattanaik-at-hadiyapatha-at-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories