ସିଏମ୍ଓ ପକ୍ଷରୁ ସ୍ପଷ୍ଟୀକରଣ : ‘ଖରାପ ପାଗ ଯୋଗୁଁ ବିମାନ ଡାଇଭର୍ଟ କରାଯାଇଥିଲା’

ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣ ଘଟଣା

ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଅବତରଣ ନେଇ ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗୁଁ ବିମାନଟି ଜୟପୁରରେ ଅବତରଣ କରିଥିଲା। ଜରୁରୀ ଅବତରଣ କରିଥିବା ଖବର ଠିକ୍‌ ନୁହେଁ, ଖରାପ ପାଗ ଯୋଗୁଁ ଲାଂଜିଗଡ଼ରେ ବିମାନଟି ଅବତରଣ କରିପାରିନଥିଲା।

ତେଣୁ ଏହାକୁ ଜୟପୁର ଡାଇଭର୍ଟ କରାଯାଇଥିଲା। ଏହାର କିଛି ସମୟ ପରେ ନବୀନ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଏହାସହ ପଢ଼ନ୍ତୁ : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ

You might also like