କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ଼ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଫୋର୍ସ ପାଇଁ ଓଡ଼ିଶାକୁ ୪୫୬୧ କୋଟି ଦେବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଚିଠି କରିଛି। ତେବେ ଏହାକୁ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ମାଓ ମୁକାବିଲା ପାଇଁ ଓଡ଼ିଶା ସୀମିତ ସମ୍ବଳରୁ ନିଜସ୍ୱ ଫୋର୍ସ ସୃଷ୍ଟି କରିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହ ମାଓ ମୁକାବିଲା ପାଇଁ ଓଡ଼ିଶା ପ୍ରାୟ ୧୫ ବାଟାଲିୟନ ଫୋର୍ସ ସୃଷ୍ଟି କରିଛି। ନକ୍ସଲଙ୍କ ମୁକାବିଲା କରିବା ଏବେ କେବଳ ରାଜ୍ୟର ନୁହେଁ, ଏହା ଏବେ ଜାତୀୟ ସମସ୍ୟା ହୋଇଥିବାରୁ ସମାଧାନ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ୱ ରହିଛି। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ରୀୟ ଫୋର୍ସ ପାଉଣାକୁ ସଂପୂର୍ଣ୍ଣ ଛାଡ଼ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପଟେ ରାଜ୍ୟରେ ଏବେ କରୋନା ସ୍ଥିତି ସଙ୍ଗିନ ହୋଇପଡ଼ିଥିବା ବେଳେ କେନ୍ଦ୍ରକୁ ପାଉଣା ଦେବା ରାଜ୍ୟ ପାଇଁ କାଠିକର ପାଠ ବୋଲି କୁହାଯାଉଛି। ଖାଲିସେତିକି ନୁହେଁ ଓଡ଼ିଶା ସୀମାନ୍ତରେ ବାରମ୍ବାର ନକ୍ସଲ ମାନେ ଆକ୍ରମଣ କରୁଛନ୍ତି। ଓଡ଼ିଶାର ବୀର ଯବାନମାନେ ଏହାର କଡ଼ା ମୁକାବିଲା ମଧ୍ୟ କରୁଛନ୍ତି। ବିଭିନ୍ନ ନକ୍ସଲ ପ୍ରବଣ ଅଞ୍ଚଳରେ ଓଡ଼ିଶା ପୋଲିସ ଓ ସିଆରପିଏଫ୍ ଦଳ ମିଶି କମ୍ବିଂ ଅପରେସନ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନେକ ଖର୍ଚ୍ଚ କରିବାକୁ ପଡ଼ୁଛି। ତେବେ ଏହି କମ୍ବିଂ ଅପରେସନ ବେଳେ ଯଦି ସୁରକ୍ଷା କର୍ମୀମାନେ ସହିଦ ହେଉଛନ୍ତି ତେବେ ସମାନଙ୍କ ପରବାର ବର୍ଗଙ୍କୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯାଉଛି।

ତେଣୁ ଏଭଳି ପରିପ୍ରେକ୍ଷିରେ କେନ୍ଦ୍ରକୁ ପାଉଣା ଦେବା ଓଡ଼ିଶା ପାଇଁ କଷ୍ଟ ହେବ। ଏହାକୁ ଦୃଷ୍ଟିରେ ରଖି ପାଉଣା ଛାଡ଼ କରିବାକୁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

You might also like