ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର : ଆସନ୍ତାକାଲି ନୂଆଦିଲ୍ଲୀର ଓଡ଼ିଶା ଭବନରେ ରାଜ୍ୟର ସ୍ୱାର୍ଥ ସଂପର୍କିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହି ସବୁ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବେ। ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ବାକି ରହିଥିବା କେନ୍ଦ୍ରୀୟ ଅନୁଦାନର ବକେୟା ରାଶି ଓ ଆଗାମୀ ପ୍ରକଳ୍ପ ନେଇ ଆଲୋଚନା ହେବ। ଏହା ପରେ ଆସନ୍ତାକାଲି ହିଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ।

You might also like