ସଂଧ୍ୟାରେ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ସଂକ୍ରମଣ ବଢ଼ୁଥିବାରୁ ନୂଆ ଘୋଷଣା ହୋଇପାରେ

 ଭୁବନେଶ୍ୱର: ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଏ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ବୈଠକରେ ପ୍ରସ୍ତୁତ ହୋଇପାରେ ଆକ୍ସନ ପ୍ଲାନ୍ । ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ପଦକ୍ଷେପ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।

 

 

ସେପଟେ  ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୦୫ ପଜିଟିଭ୍ ବାହାରିଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡି- ୬୪, ଝାରସୁଗୁଡ଼ା- ୩୧, କଟକ- ୩୦, ନୂଆପଡ଼ା- ୨୯ ଓ ସମ୍ବଲପୁରରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୭, ପୁରୀ- ୨୪, ଷ୍ଟେଟ୍ ପୁଲ୍- ୨୩, ବରଗଡ଼ରୁ ୨୧, ଯାଜପୁର- ୧୫, ବାଲେଶ୍ୱର- ୧୩,ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ଆହୁରି ବୃଦ୍ଧି ପାଇଛି ।

You might also like