କେନ୍ଦ୍ରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିର ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଜେପିର ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଥିଲା। ଅାଜି ବି ବିଜେପିର ପ୍ରତିଶ୍ରୁତିକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ବିଜେପିକୁ ଫମ୍ପା ମାଠିଅା ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ସେ ଅାହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଶ୍ରୁତି ପାଳନ କିଏ କରୁଛି, କିଏ କରୁନି ଲୋକେ ଜାଣିଛନ୍ତି। ଅାମେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛୁ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ହିତାଧିକାରୀ କଟିଲେ। ବାଧ୍ୟହୋଇ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

You might also like