ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁରଟରେ ମୃତ୍ୟୁ ପରେ ଓଡ଼ିଆ ପୁଅ ଅଙ୍ଗଦାନ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହାସହ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଜମି ଓ ଘର ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି.

ଗତ  ଅକ୍ଟୋବର ୨୯ ତାରିଖରେ ଗଂଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମର ସୁରଜ ବେହେରା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ଚିକିତ୍ସା ଅବସ୍ଥାରେ ସେ ୨ ତାରିଖରେ ପ୍ରାଣ ହରାଇଥିଲେ । ପରେ କିଛି ସ୍ୱେଚ୍ଛାସେବୀ ସୁରଜଙ୍କ କିଡ୍‌ନୀ ଏବଂ ଅଙ୍ଗଦାନ କରିବା ପାଇଁ ନିବେଦନ କରିଥିଲେ । ଏଥିରେ ସୁରଜଙ୍କ ପରିବାର ରାଜି ହେବା ସହ ଅଙ୍ଗ ଦାନ କରି ୫ଜଣଙ୍କ ଜୀବନ ବଂଚାଇଥିଲେ।

 

You might also like