ସୋମବାର ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ବିଜେଡିକୁ ଜବରଦସ୍ତ ସଫଳତା ମିଳିଛି। ଆଉ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଠାକୁ ସମସ୍ତ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଡକା ଯାଇଛି। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ।

ବିଜେଡି ଏଥର ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପି ୨୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୮ଟି ଆସନ ପାଇଛି। ଦୁଇଟି ଆସନ ଅନ୍ୟାନ୍ୟ ଦଳକୁ ଯାଇଛି।

ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଅଧିକ ଆସନ ପାଇଛି। ୨୧ଟି ଲୋକସଭା ଆସନରୁ ବିଜେଡି ୧୨ଟିରେ ଜିତିଥିବା ବେଳେ ବିଜେପି ୮ଟି ଆସନ ପାଇଛି। କଂଗ୍ରେସ ଗୋଟିଏ ଆସନରେ ଜିତିଛି।

ଆହୁରି ପଢ଼ନ୍ତୁ

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ: ମୃତକଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା!

ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

You might also like