ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ୍‌ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ

ଭୁବନେଶ୍ୱର: ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ସରକାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇ ପାଓ୍ୱାର କମିଟିର ସୁପାରିଶ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ ଆଗତ କରିଥିଲେ।

ସରକାରୀ ସ୍କୁଲରେ ପଢ଼ିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ମାସ ପୂର୍ବରୁ ଏନେଇ ରାଜ୍ୟ ସରକାର ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବର ସମୀକ୍ଷା ପାଇଁ ହାଇ ପାଓ୍ୱାର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁସାରେ, ଏନେଇ ସଂକଳ୍ପ ଅଣାଯାଇଥିଲା ବିଧାନସଭାରେ ଏହା ପାରିତ ହୋଇଛି।

You might also like