ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ନୂଆ ପଦକ୍ଷେପ। ଏଣିକି ରାତିରେ ମଧ୍ୟ ଆହାର ମିଳିବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ରାତ୍ରି ଆହାର’ କେନ୍ଦ୍ର ଉଦ୍ଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ରାତ୍ରି ଆହାର କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ସମ୍ ଓ କଳିଙ୍ଗ ହସ୍ପିଟାଲ ପରିସରରେ ମଧ୍ୟ ଏହି ଯୋଜନା ଲାଗୁ ହୋଇଛି। ରାଜ୍ୟର ମୋଟ୍ ୫୬ଟି କେନ୍ଦ୍ରରେ ରାତିରେ ଆହାର ମିଳିବ।
ଏହି କ୍ରମରେ କୋରାପୁଟ, ସମ୍ବଲପୁର ଜିଲ୍ଲାରେ ମଧ୍ୟ, ରାତ୍ରି ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଛି।