ରାଉରକେଲା IGHରେ ଉଦ୍‌ଘାଟିତ ହେଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ଉଦ୍‌ଘାଟନ ପରେ ରାଉରକେଲା ରାଜ୍ୟର ୩ୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ହୋଇପାରିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖୁବ୍ ଶୀଘ୍ର ବ୍ରହ୍ମପୁର ଓ ବୁର୍ଲାରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଉର୍‌କେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ କଟକ ଓ ଭୁବନେଶ୍ୱରରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇସାରିଛି।

ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳ ଚିକିତ୍ସା ହୋଇପାରୁଛି। ନିକଟରେ ଗଞ୍ଜାମରୁ ୩ ଜଣ ପ୍ଲାଜ୍‌ମା ଥେରାପିରେ ଆରୋଗ୍ୟ ଲାଭ କରିଥିଲେ। ଏହି ଚିକିତ୍ସା ପଦ୍ଧତିର ସଫଳତା ପରେ ରାଜ୍ୟରେ ଆଉ କେତେ ସ୍ଥାନରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଉଦ୍ୟମ ଜାରି ରହିଛି।

ଅନ୍ୟପଟେ ପ୍ଲାଜମା ଥେରାପିର ସଫଳତ ନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ଏହି ଚିକିତ୍ସା ପଦ୍ଧତି ସଫଳ ହେଉଥିଲେ ବି ପ୍ଲାଜମା ସଂଗ୍ରହରେ କିନ୍ତୁ ସମସ୍ୟା ସୃଷ୍ଟି ହେଉଛି। ତେବେ କିପରି ଅଧିକରୁ ଅଧିକ ପ୍ଲାଜ୍‌ମା ସଂଗ୍ରହ କରାଯାଇ ପାରିବ ଓ କୋଭିଡ୍ ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବା ଉତ୍ସାହିତ କରାଯିବ ସେ ନେଇ ଚେଷ୍ଟା ଜାରି ରହିଛି।

ତା ସହିତ ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ କରାଯିବ ବୋଲି ସୁଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ। ୧୨ ହଜାର ବଦଳରେ ଦୈନିକ ୨୦ ହଜାର ଟେଷ୍ଟ କରାଯିବ। ୮ ହଜାର ଆର୍ଟିଫିସିଆର ଓ ବାକି ଆଣ୍ଟିଜେନ ଏବଂ ଟ୍ରୁନେଟ୍ ଟେଷ୍ଟ ହେବ। କରୋନା ସମୀକ୍ଷା ବୈଠକ ପରେ ILS ନିର୍ଦ୍ଦେଶକ ଅଜୟ ପରିଡା ଏଭଳି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like