ସ୍କିଲ୍ ମ୍ୟୁଜିୟମ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଟକ : କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହି ମ୍ୟୁଜିୟମ ଖୋଲିଛି। ଏହା ଅାଇଟିଅାଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ଓ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବ।
ଏହା ଦେଶର ସର୍ବପ୍ରଥମ ସ୍କିଲ୍ ମ୍ୟୁଜିୟମ କୁହାଯାଉଛି। ମୁଖ୍ୟମନ୍ତ୍ରୀ ଅାଜି ଅାଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ନୂତନ ମାମୋଗ୍ରାଫି ମେସିନ ଉଦ୍ଘାଟନ କରିଛନ୍ତି। ଏହି ମେସିନ ଦ୍ୱାରା ସ୍ତନ କର୍କଟ ରୋଗ ନିରୁପଣ ହୋଇପାରିବ। ହସ୍ପିଟାଲରେ ମାଗଣାରେ ଏହି ପରୀକ୍ଷା କରାଯିବ। ସସ୍ମିତା ବାଗ୍ଚିଙ୍କ ପରିବାର ପକ୍ଷରୁ ଏହି ମେସିନ୍ କ୍ୟାନସର ହସ୍ପିଟାଲକୁ ଦାନ କରାଯାଇଛି। ଏହି ମେସିନ୍ ଦ୍ୱାରା ଗରିବ ରୋଗୀ ଉପକୃତ ହେବେ।