ବିଭିନ୍ନ ବିଭାଗର ଛାତ୍ରବୃତ୍ତି ପାଇଁ ଏବେ ଗୋଟିଏ ପୋର୍ଟାଲ

ଭୁବନେଶ୍ୱର: ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିଭାଗର ଛାତ୍ରବୃତ୍ତି ଲାଗି ଏବେ ରହିବ ଗୋଟିଏ ପୋର୍ଟାଲ। ଆଉ ଭିନ୍ନ ଭିନ୍ନ ପୋର୍ଟାଲ ଦେଖିବା ଆବଶ୍ୟକ ନାହିଁ। ଛାତ୍ରବୃତ୍ତି ପୋର୍ଟାଲ ଦ୍ୱାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।

ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ। ଆନ୍ତଃଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲ ଉଦ୍ଦିଷ୍ଟ। ଯୋଗ୍ୟ ହିତାଧିକାରୀ ୬୦ ଦିନରେ ଅଢ଼େଇ ଲକ୍ଷ ଟଙ୍କାର  ପ୍ରୋତ୍ସାହନ ପାଇପାରିବେ।

You might also like