ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

୨୬ ଜଣଙ୍କୁ ମିଳିଲା ସେବା ପଦକ

ଭୁବନେଶ୍ୱର : ସାହସିକତା, ବିଶିଷ୍ଟ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅାଜି ପ୍ରଦାନ କରାଯାଇଛି ପୁଲିସ୍‌ ମେଡାଲ। ଜାନୁଅାରୀ ୨୬ରେ ଘୋଷଣା ହୋଇଥିବା ଏହି ପୁରସ୍କାର ଅାଜି ପ୍ରଦାନ କରାଯାଇଛି। ଜୟଦେବ ଭବନରେ ଅାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଅାରକ୍ଷୀ,  ଅଗ୍ନିଶମ, ଜେଲ, ଗୃହରକ୍ଷୀ  ଓ ସିଭିଲ୍‌ ଡିଫେନ୍ସର ବିଭିନ୍ନ ଶ୍ରେଣୀରେ ୨୬ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସାହାସିକତା ପାଇଁ ପ୍ରଶଂସନୀୟ ସେବା ଏବଂ ଉତ୍କୃଷ୍ଟ ପୁଲିସ ଟ୍ରେନିଂ ପାଇଁ ଗୃହ ମନ୍ତ୍ରଣାଳୟ ତରଫରୁ ଅାରକ୍ଷୀ ବାହୀନିର ମୋଟ ୧୩ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।

ସେହିପରି ବିଶିଷ୍ଟ ସେବା ଓ ପ୍ରଶଂସନୀୟ ସେବାପାଇଁ ଅଗ୍ନିଶମ ବିଭାଗର ୭ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଜେଲ ବିଭାଗରେ ୨ଜଣଙ୍କୁ ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ ପ୍ରଦାନ କରାଯାଇଥିବାବେଳେ ଗୃହରକ୍ଷୀ ସିଭିଲ୍ ଡିଫେନସର ୪ଜଣଙ୍କୁ ରାଷ୍ଟ୍ରପତିଙ୍କ ସେବା ପଦକ ପ୍ରଦାନ କରାଯାଇଛି।

ଏହାଛଡା ଜୀବନ ରକ୍ଷା ପାଇଁ ପଙ୍କଜ ମହନ୍ତଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଓ ନାବାଳିକା ମମତା ଦଳେଇଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଛି। ଅାସନ୍ତା ସାଧାରଣନ୍ତ୍ର ଦିବସ ଅବସରରେ ବିଭିନ୍ନ ଶ୍ରେଣୀରେ ପୁରସ୍କାର ପାଇବାକୁ ଥିବା ଅାଶାୟୀଙ୍କ ନାଁ ଘୋଷଣା କରାଯାଇଛି।

You might also like