ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା। ଭୁବନେଶ୍ୱର ପରିବହନ ଭବନ ପରିସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡ଼ିଶା ରାଜ୍ୟ ସଡ଼କ ପହିବହନ ନିଗମ ଅଧୀନରେ ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ୍ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରିବ। ଏହି ବସ୍ ଗୁଡ଼ିକ ଭୁବନେଶ୍ୱରରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର, ରାଜଖରିଆର, ଗୋରୁମହିଷାଣି, ବୁର୍ଲା ଆଦି ସ୍ଥାନକୁ ଚଳାଚଳ କରିବ।
ଏହା ସହିତ ୪ଟି ଭଲ୍ଭୋ ବସ୍ର ମଧ୍ୟ ଶୁଭାରମ୍ଭ ହୋଇଛି। ଏହା ଭୁବନେଶ୍ୱରରୁ କୋଲକାତା ଓ ପାରାଦୀପରୁ ବିଜୟଓ୍ୱାଡ଼ା ଯିବ। ଏସି ବସ୍ରେ ମାଗଣା ଓ୍ୱାଇଫାଇ, ମୋବାଇଲ ଚାର୍ଜିଂ, ସିସିଟିଭି କ୍ୟାମେରା ଓ ଅନ୍ ଲାଇନ୍ରେ ବି ଟିକେଟ୍ ବୁକ୍ କରି ହେବ।
‘ରାଜଧାନୀ ଏକ୍ସପ୍ରେସ୍’ ବସ୍ ସେବାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରୁ ବିଭିନ୍ନ ଜିଲ୍ଲାର ସଦର ମହକୁମାକୁ ଯିବ ଏସି ବସ୍ #Odisha pic.twitter.com/3FzUD86Azf
— ଓଟିଭି (@otvkhabar) 18 January 2019