‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ମୋ ବସ୍‌’ ପରେ ରାଜଧାନୀରେ ଗଡ଼ିଲା ‘ମୋ ସାଇକେଲ’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି।

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯୋଜନାରେ ୧ ହଜାର ସାଇକେଲ ସାମିଲ କରାଯାଇଛି। ପ୍ରଥମେ ୧୦୦ଟି ଷ୍ଟେସନ୍ କରାଯାଇଛି। ଏହାକୁ ୪୦୦କୁ ବୃଦ୍ଧି କରାଯିବ। ପରେ ଆଉ ୧ ହଜାର ସାଇକେଲ ମଧ୍ୟ ସାମିଲ କରାଯିବ।

ରାଜଧାନୀର ୩୦ କିମି ରାସ୍ତାରେ ସାଇକେଲ ଟ୍ରାକ୍ ତିଆରି ହୋଇଛି। ସାଇକଲ ଚାଳନା ପାଇଁ ୩ ଫୁଟ୍‌ ଚଉଡ଼ାରେ ନାଲି ରଙ୍ଗର ଟ୍ରାକ୍ କରାଯାଇଛି। ୟୁଲୁ, ୟାନା ଓ ହେକ୍ସି ଭଳି ୩ଟି କମ୍ପାନୀ ସହିତ ଚୁକ୍ତି ଅନୁବନ୍ଧିତ ହୋଇଛି।

ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଇକେଲ ଚଲାଇବାକୁ ହେଲେ ମାସିକ ୧୦୦ଟଙ୍କାରେ ମେମ୍ବରସିପ୍‌ ଗ୍ରହଣ କରିବାକୁ ହେବ। ରାଜଧାନୀବାସୀ ପ୍ରଥମ ୩୦ ମିନିଟ୍‌ ମାଗଣାରେ ସାଇକେଲ ଚଳାଇବାର ସୁଯୋଗ ପାଇପାରିବେ।

 

You might also like