• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର  ରାଜଲକ୍ଷ୍ମୀ ଦାସଙ୍କୁ ଆଜି ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି ତିନିଜଣ ମହିଳାଙ୍କ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମାନରେ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଂଜାମର ଅଙ୍ଗଦାତା ସୂରଜ ବେହେରାଙ୍କ ନାଁରେ ନାମିତ ସୂରଜ ସମ୍ମାନ।

୨୦୧୯ ଅକ୍ଟୋବର ୨୯ ତାରିଖରେ ଗଂଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମର ସୁରଜ ବେହେରା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ଚିକିତ୍ସା ଅବସ୍ଥାରେ ସେ ୨ ତାରିଖରେ ପ୍ରାଣ ହରାଇଥିଲେ। ପରେ କିଛି ସ୍ୱେଚ୍ଛାସେବୀ ସୁରଜଙ୍କ କିଡ୍‌ନୀ ଏବଂ ଅଙ୍ଗଦାନ କରିବା ପାଇଁ ନିବେଦନ କରିଥିଲେ। ଏଥିରେ ସୁରଜଙ୍କ ପରିବାର ରାଜି ହେବା ସହ ଅଙ୍ଗ ଦାନ କରି ୫ଜଣଙ୍କ ଜୀବନ ବଂଚାଇଥିଲେ। ତାଙ୍କରି ନାଁ ଅନୁସାରେ ଏହି ସୂରଜ ସମ୍ମାନ ଦିଆଯାଉଛି।

 

Cm-naveen-patnaik-felicitates-organ-donor-families-with-suraj-award
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories