ସାହସୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାହସିକତା ପାଇଁ ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲର ୨ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଦୁଇ ଛାତ୍ର ହେଲେ- ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଆଇବ।

ଜୀବନକୁ ବାଜି ଲଗାଇ ସେକ୍‌ ତସିଫ୍‌ ଓ ମହମ୍ମଦ ଜଣେ ୬ ବର୍ଷର ଛାତ୍ରଙ୍କ ଜୀବନକୁ ରକ୍ଷା କରିଥିଲେ। ଗଣେଶ ପୂଜା ଦିନ ଯାଜପୁର ସଡ଼କପୁର ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ଅବୁଲ୍‌ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଖସି ପଡ଼ି ବୁଡ଼ି ଯାଇଥିଲେ। ଏହି ସମୟରେ ସେକ୍‌ ତସିଫ୍‌ ଓ ମହମ୍ମଦ ନିଜ ଜୀବନକୁ ବାଜି ଲଗାଇ ପାଣିକୁ ଡେଇଁ ଅବୁଲ୍‌ ରୁମନକୁ ରକ୍ଷା କରିଥିଲେ।

ଏଭଳି ସାହସିକତା ପାଇଁ ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସେକ୍‌ ତସିଫ୍‌ ଓ ମହମ୍ମଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଅବୁଲ୍‌ ରୁମନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like